Advertisment

ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକ ମୃତ, ଜଣେ ଗୁରୁତର

ବାଇକ୍‌ରେ ତିନି ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Accident

Accident

Advertisment

ଏକ ଟ୍ରାକ୍ଟର ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ପାଡୁଆ ଥାନା ହାଟଗୁଡ଼ା ଗାଁରେ ଘଟିଛି ଏହି ଦୁର୍ଘଟଣା।

Advertisment

ଆଜି ସନ୍ଧ୍ୟାରେ ଏକ କାଠ ବୋଝେଇ ଟ୍ରାକ୍ଟର ହାଟଗୁଡ଼ା ସ୍ଥିତ ଏକ ଛାତ୍ରାବାସ ଅଭିମୁଖେ ଯାଉଥିଲେ। ଟ୍ରାକ୍ଟରଟି ଛାତ୍ରାବସ ପରିସରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ପାଡୁଆ ଅଞ୍ଚଳରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା।

ବାଇକ୍‌ରେ ତିନି ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଗୁରୁତର ଆହତଙ୍କୁ ଲମତାପୁଟ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ସେଠାରେ ଚିକିତ୍ସିତ ହେଉଛନ୍ତି।

Advertisment

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛନ୍ତି। ସେ ଟ୍ରାକ୍ଟରକୁ ବାକାପୁଟ ଗାଁ ନିକଟରେ ଛାଡ଼ି ଫେରାର ହୋଇଯାଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Road Accident Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe