Advertisment

ବୋଲେରୋ-ବୁଲେଟ ମୁହମୁହିଁ ଧକ୍କା, ୨ମୃତ

ବୁଲେଟ୍‌ରେ ଯାଉଥିବା ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

author-image
Jitendra Garnayak
Bike Seat

Bike Seat

ଭବାନୀପାଟଣା ଓ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥର ଛତି କୁଡ଼ା ରାସ୍ତାରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ମୃତକମାନେ କିଡ଼ିଂ ଗାଁର ଜଗଦାନନ୍ଦ ଶବର ଓ କପିଳାସ ରାଉତ ବୋଲି ଜଣାପଡ଼ିଛି। ସେମାନେ ବୁଲେଟରେ ଯାଉଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଯାଞ୍ଚ କରିବା ସହିତ ଗାଡି ଦୁଇଟିକୁ ଜବତ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। 

Accident Road Accident