ଭବାନୀପାଟଣା ଓ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥର ଛତି କୁଡ଼ା ରାସ୍ତାରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ମୃତକମାନେ କିଡ଼ିଂ ଗାଁର ଜଗଦାନନ୍ଦ ଶବର ଓ କପିଳାସ ରାଉତ ବୋଲି ଜଣାପଡ଼ିଛି। ସେମାନେ ବୁଲେଟରେ ଯାଉଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଯାଞ୍ଚ କରିବା ସହିତ ଗାଡି ଦୁଇଟିକୁ ଜବତ କରିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।