ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଲଇଡ଼ାଗୁନା ଛକ ନିକଟରେ ଏକ ବାଇକ୍କୁ ଟ୍ରେଲରଟିଏ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସଂପର୍କରେ ସେମାନେ ଶାଶୁ ଓ ଜ୍ୱାଇଁ ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି। ଟ୍ରେଲରଟିକୁ ଅଟକ ରଖାଯାଇଥିବା ବେଳେ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ରିପୋର୍ଟ- କୁଚିଣ୍ଡାର ଦେବେନ୍ଦ୍ର ବେହେରା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରକକୁ ପିଟିଲା କୋର୍ଟ ଭ୍ୟାନ୍, ପୁଲିସ୍ ଓ ମୁଦାଲା ଆହତ
ଟ୍ରକକୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍ । ଏଥିରେ କୋର୍ଟ ଭ୍ୟାନ୍ର ସମ୍ମୁଖ କାଚ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
Accident
ପାରାଦୀପ ଯାଉଥିଲା ବସ୍, ରାସ୍ତା ତଳକୁ ଖସି ପଡ଼ିଲା
ଡଲଫିନ ଫୋର୍-ଜି ନାମକ ବସ୍ ପିକନିକ ପାର୍ଟିକୁ ନେଇ କୁଜଙ୍ଗ ମାଳହୁଙ୍କା ଯାଇଥିଲା। ସେଠାରେ ସମସ୍ତଙ୍କୁ ଓହ୍ଲାଇ ଦେଇ ବସ୍ଟି ଆଜି ଭୋର ସମୟରେ ପାରାଦୀପ ଫେରୁଥିଲା।
Accident
ନିର୍ମାଣାଧୀନ ଘରେ ଅଘଟଣ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଗୁରୁତର
ଗୁରୁତର ଅବସ୍ଥାରେ ଉଭୟଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଉଦ୍ଧବଙ୍କୁ ମୃତ ଘୋଷଣ କରାଯାଇଥିଲା।