Advertisment

ଟ୍ରେଲର ଧକ୍କାରେ ଶାଶୁ ଓ ଜ୍ୱାଇଁ ମୃତ

ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା।

Accident

Accident

Advertisment

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଲଇଡ଼ାଗୁନା ଛକ ନିକଟରେ ଏକ ବାଇକ୍‌କୁ ଟ୍ରେଲରଟିଏ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସଂପର୍କରେ ସେମାନେ ଶାଶୁ ଓ ଜ୍ୱାଇଁ ବୋଲି ଜଣାପଡ଼ିଛି। ତେବେ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇପାରିନାହିଁ। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଛି। ଟ୍ରେଲରଟିକୁ ଅଟକ ରଖାଯାଇଥିବା ବେଳେ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। 

ରିପୋର୍ଟ- କୁଚିଣ୍ଡାର ଦେବେନ୍ଦ୍ର ବେହେରା

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe