Advertisment

Accident: ଗଛରେ ପିଟି ହେଲା ବାଇକ୍, ୨ ମୃତ

ଖବରପାଇ ଖଣ୍ଡପଡ଼ା ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ବାଇକଟିକୁ ଜବତ କରିଛି ପୁଲିସ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

author-image
Jitendra Garnayak
Dead body

ଗଛରେ ପିଟି ହେଲା ବାଇକ୍। ଚାଲିଗଲା ଦୁଇଟି ଜୀବନ। ନୟାଗଡ଼ ଭାପୁରରେ ଘଟିଛି ଏହି ଦୁର୍ଘଟଣା।

Advertisment

ମୃତ ଯୁବକ ୨ ଜଣ ହେଲେ ଭାପୁର ବ୍ଲକର କଳଟାଙ୍ଗୀ ଗାଁର ବୀର କିଶୋର ଧଳ ଓ ଶଙ୍କର ବିଶ୍ବାଳ।

ସେମାନେ ଏକ ବାଇକ ଯୋଗେ ମର୍ଦ୍ଦରାଜପୁର ଗାଁରୁ କଳଟାଙ୍ଗୀ ଗାଁକୁ ଯାଉଥିବା ବେଳେ ଭାପୁରରେ ଭାରସ୍ୟାମ ହରାଇ ରାସ୍ତାକଡ଼ରେ ଗଛରେ ପିଟି ହୋଇ ଛିଟିକି ପଡ଼ିଥିଲେ। 

Advertisment

ସ୍ଥାନୀୟ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।