Advertisment

Accident: ବାଇକ୍‌ ଦୁର୍ଘଟଣାଗ୍ରସ୍ତ; ଶଳା-ଭିଣୋଇ ମୃତ, ଜଣେ ଗୁରୁତର

ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବୁଢ଼ୀପଦର ଗାଁ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଶଳା, ଭିଣୋଇଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣେ ଛୋଟ ଛୁଆ।

Medical
Advertisment

ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବୁଢ଼ୀପଦର ଗାଁ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଶଳା, ଭିଣୋଇଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣେ ଛୋଟ ଛୁଆ।

Advertisment

ମୃତକ ଦ୍ୱୟ ହେଉଛନ୍ତି କଣ୍ଟାବାଞ୍ଜି ଥାନା ଡୁମେରଚୁଆଁ ଗାଁର ରହେଶ ମାଝୀ ଓ ଲାଠୋର ଥାନା ବାଗଡ଼ିଆ ଗାଁର ବେଦ ପୁଝାରୀ। ବାହାଘର ପରେ ବେଦ ଡୁମେରଚୁଆଁରେ ଶ୍ୱଶୁର ଘରେ ରହୁଛନ୍ତି। 

କୌଣସି କାମରେ ଗାଁ ବାହାରକୁ ଯାଇଥିବା ରହେଶ, ବେଦ ଓ ଛୋଟ ଛୁଆଟି ବାଇକ୍‌ ଯୋଗେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦ୍ରୁତଗତିରେ ଆସୁଥିବା ବେଳେ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣା ଗତକାଲି ରାତିରେ ଘଟିଥିଲେ ହେଁ ଆଜି ସକାଳେ ଏ ସଂପର୍କରେ ଜଣାପଡ଼ିଥିଲା। 

Advertisment

ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶଳା, ଭିଣୋଇଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଛୋଟ ଛୁଆଟିର ଚିକିତ୍ସା ଚାଲିଛି।

ରାତିରେ ଦୁର୍ଘଟଣା ଘଟିଥିବା ବେଳେ କେହି ଏ ବିଷୟରେ ଜାଣି ନଥିବାରୁ ଠିକ୍ ସମୟରେ ଉଦ୍ଧାର ହୋଇପାରି ନଥିବା ଶଳା, ଭିଣୋଇଙ୍କର ଅତ୍ୟଧିକ ରକ୍ତସ୍ରାବ ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଉଛି। 

ତୁରେକେଲା ପୁଲିସ ଘଟଣାର ତଦନ୍ତ କରୁଛି। 

ସେହିପରି ସମ୍ବଲପୁରର ମାନେଶ୍ଵରରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରକାଶ ବାଗ। ତାଙ୍କ ଘର କୁମ୍ଭାରପଡ଼ା ଅଞ୍ଚଳରେ। ସେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। 

ପ୍ରକାଶ ଆଜି ଏକ ଗାଡ଼ି ସଫା କରିବା ପାଇଁ ମାନେଶ୍ୱର ଯାଇଥିଲେ। ସେ କାମ ସାରି ବାଇକ୍‌ରେ ସେଠାରୁ ଫେରୁଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ହାଇୱା ପଛରେ ପିଟି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାର ଅତାବିରା ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ପୋଲର ଗାର୍ଡ ୱାଲ ଉପରେ ଚଢ଼ି ଯାଇଥିଲା। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥରେ ଅତାବିରା ନିକଟରେ ଥିବା ଦମଦମା ପୋଲରେ ଆଜି ଘଟିଛି ଏହି ଦୁର୍ଘଟଣା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe