Brick
Advertisment
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ନୂଆଁଗଡ଼ ସ୍ଥିତ ଏସ୍ବିଆଇ ଚିମିନି ଇଟାଭାଟିରେ ପୋଡ଼ା ଇଟା କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।
Advertisment
ମୃତକ ଦ୍ୱୟ ହେଉଛନ୍ତି ଖୁଲୁଡ଼ି ଗ୍ରାମର ସୁଲଭ ଦୋରା (୬୦) ଓ ବଳଧିଆ ଗ୍ରାମର ସରସ୍ୱତୀ ପ୍ରଧାନ। ସୁଲଭଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସରସ୍ୱତୀଙ୍କର ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ଏହି ଘଟଣା ସଂପର୍କରେ ଖବର ପାଇ ପାଟପୁର ପୁଲିସ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ଏହି ମାମଲାର ତଦନ୍ତ ଜାରି ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Brick_1714747347.jpg)