Advertisment

ମଝି ରାସ୍ତାରେ ପିଟିଦେଲା କାର୍‌; ମାଆ ଓ ଝିଅଙ୍କ ମୃତ୍ୟୁ, ମେଡ଼ିକାଲ୍‌ରେ ଭାଉଜ

ସ୍ଥାନୀୟ ଲୋକ ଓଲଟି ପଡିଥିବା କାରରୁ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ସଂଯୁକ୍ତା ଓ ତାଙ୍କ ମାଆ ଦୁର୍ଗାବତୀଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ଭାଉଜ ଓ କାର୍‌ ଚାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

author-image
Manoranjan Sial
Car

Car

କୌଣସି କାମରେ ଭୁବନେଶ୍ୱର ଯାଉଥିଲେ ସଂଯୁକ୍ତା ପ୍ରଧାନ। ସାଙ୍ଗରେ ଥିଲେ ମାଆ ଓ ଭାଉଜ। ହେଲେ ବିଚ୍‌ ରାସ୍ତାରେ ପିଟିଦେଲା କାର୍‌। ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହ ସଂଘର୍ଷ କରୁଛନ୍ତି ଭାଉଜ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି।

Advertisment

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବେ ଚାକିରି କରନ୍ତି ସଞ୍ଜୁକ୍ତା ପ୍ରଧାନ। ଆଜି ଅପରାହ୍ନରେ ସେ ତାଙ୍କ ମାଆ ଦୁର୍ଗାବତୀ ପ୍ରଧାନ ଓ ଭାଉଜଙ୍କ ସହିତ ଏକ କାରରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ତେବେ ଖଣ୍ଡହତା ନିକଟରେ ସମ୍ମୁଖରୁ ଆସୁଥିବା ଆଉ ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ସଞ୍ଜୁକ୍ତା ପ୍ରଧାନ ବସିଥିବା କାରଟି ଓଲଟି ପଡିଥିଲା।

ସ୍ଥାନୀୟ ଲୋକ ଓଲଟି ପଡିଥିବା କାରରୁ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ସଂଯୁକ୍ତା ଓ ତାଙ୍କ ମାଆ ଦୁର୍ଗାବତୀଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ଭାଉଜ ଓ କାର୍‌ ଚାଳକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସେଠାରେ ଚିକିତ୍ସା ଚାଲିଛି। ସେପଟେ ଧକ୍କା ଦେଇଥିବା କାର ଚାଳକ ଓ ବସିଥିବା ଦୁଇଜଣ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ଅନୁଗୋଳ ସଦର ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି। ଧକ୍କା ଦେଇଥିବା କାର୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ତେବେ ଧକ୍କା ଦେଇଥିବା କାର ମାଲିକଙ୍କ ପରିଚୟ ମିଳିପାରିନି।

Advertisment

ରିପୋର୍ଟ- ଅନୁଗୋଳରୁ ବିରଜା ଦାସ

Accident Angul