Advertisment

Accident: ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା; ସ୍ୱାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ

ପ୍ରତାପ ତାଙ୍କ ପତ୍ନୀ ଓ ପୁଅକୁ ସ୍କୁଟିରେ ନେଇ ବ୍ରହ୍ମପୁର ଯାଇଥିଲେ। ସେଠାରୁ ଗାଁକୁ ଫେରୁଥିବା ବେଳେ ଗଣିଆନାଳ ଛକ କୁରେଇଶୁଣି ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

author-image
Jitendra Garnayak
DeadBody

ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଗଣିଆନାଳ ଛକ କୁରେଇଶୁଣି ମନ୍ଦିର ନିକଟରେ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମୃତ ଦମ୍ପତିଙ୍କର ୨ ବର୍ଷର ପୁଅ ଅଛନ୍ତି। ମୃତକମାନେ ହେଉଛନ୍ତି ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁରର ପଞ୍ଚାୟତ ଦ୍ୱିତୀୟ ଢେପାଗୁଡ଼ାର ପ୍ରତାପ ମଲିକ (୩୫) ଓ ତାଙ୍କ ପତ୍ନୀ ଲଳିତା ମଲିକ (୩୦)। 

Advertisment

ପ୍ରତାପ ତାଙ୍କ ପତ୍ନୀ ଓ ପୁଅକୁ ସ୍କୁଟିରେ ନେଇ ବ୍ରହ୍ମପୁର ଯାଇଥିଲେ। ସେଠାରୁ ଗାଁକୁ ଫେରୁଥିବା ବେଳେ ଗଣିଆନାଳ ଛକ କୁରେଇଶୁଣି ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହିତ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ ସହିତ ଧକ୍କା ହେବା ପରେ ପ୍ରତାପ, ଲଳିତା ଓ ସେମାନଙ୍କ ୨ ବର୍ଷର ପୁଅ ସ୍କୁଟିରୁ ଛିଟିକି ପଡ଼ିଥିଲେ। ବାଇକ ଚାଳକ ମଧ୍ୟ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରତାପ ଓ ଲଳିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଲଳିତା ୮ ମାସର ଗର୍ଭବତୀ ଥିଲେ। ସେମାନଙ୍କର ୨ ବର୍ଷର ପୁଅର ସେଠାରେ ଚିକିତ୍ସା କରାଯାଇଛି। ବାଇକ ଚାଳକ ସୁନୀଲ ଦଳାଇ (୩୬)ଙ୍କୁ ସେଠାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଘର ଆର. ଉଦୟଗିରିରେ। 
   

Advertisment