Advertisment

ଦୁଇ ଯୁବକଙ୍କ ଉପରେ ମାଡ଼ିଗଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌

ଭରୁଆମୁଣ୍ଡା ଗାଁର ସଞ୍ଜୁ ଦଳେଇ ଓ କେଶବ ମାଝୀ ଏକ ବାଇକରେ ଘରକୁ ଫେରୁଥିଲେ। ତେବେ ଆଦର୍ଶ ବିଦ୍ୟାଳୟ ନିକଟରେ ସମ୍ମୁଖରୁ ଆସିଥିବା ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ସେମାନଙ୍କ ଉପରେ ମାଡିଯାଇଥିଲା।

author-image
Manoranjan Sial
Accident

Accident

ଦୁଇ ଯୁବକଙ୍କ ଉପରେ ମାଡ଼ିଗଲା ଗ୍ୟାସ୍‌ ବୋଝେଇ ଟ୍ରକ୍‌। ଯାହାଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଆଦର୍ଶ ବିଦ୍ୟାଳୟ ନିକଟରେ ଘଟିଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଭରୁଆମୁଣ୍ଡା ଗାଁର ସଞ୍ଜୁ ଦଳେଇ ଓ କେଶବ ମାଝୀ ଏକ ବାଇକରେ ଘରକୁ ଫେରୁଥିଲେ। ତେବେ ଆଦର୍ଶ ବିଦ୍ୟାଳୟ ନିକଟରେ ସମ୍ମୁଖରୁ ଆସିଥିବା ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ସେମାନଙ୍କ ଉପରେ ମାଡିଯାଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ସଞ୍ଜୁଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକ କେଶବଙ୍କୁ ଉଦ୍ଧାର ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ମୃତଦେହ ରଖି ପାଟଣାଗଡ଼-ବେଲପଡା ରାସ୍ତା ଅବରୋଧ କରିଥିଲେ। ବେଲପଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ହେଲେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଅଟଳ ରହିଛନ୍ତି। ଅନ୍ୟପକ୍ଷରେ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ଫେରାର ମାରିବାକୁ ଉଦ୍ୟମ କରୁଥିବା ବେଳେ ପାଟଣାଗଡ଼ଠାରେ ପୁଲିସ୍‌ ଅଟକ ରଖିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ

Accident Roadaccident Balangir