Advertisment

Accident: ବସ୍‌-ବାଇକ୍ ମୁହାଁମୁହିଁ ଧକ୍କା; ୨ କଲେଜ ଛାତ୍ରଙ୍କ ମୃତ୍ୟୁ

ଦେବେନ୍ଦ୍ର ଓ ବିଷ୍ଣୁ ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ର ଥିଲେ। ସେମାନେ କଲନରା ବ୍ଲକ ବାଡ଼ିସୋଲାରେ ପଢୁଥିଲେ। ଆଜି ସକାଳେ ଉଭୟେ ବାଇକ୍‌ ଯୋଗେ କଲେଜକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

author-image
Jitendra Garnayak
Dead Students

ମୃତ ଛାତ୍ର ଦ୍ୱୟ

ରାୟଗଡ଼ା ଜିଲ୍ଲା ରାମାନାଗୁଡ଼ା ଥାନା ପାଳୁପାଇରେ ଏକ ଘରୋଇ ବସ୍‌ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି, ଦେବେନ୍ଦ୍ର ଶବର ଓ ବିଷ୍ଣୁ ଶବର। ଦେବେନ୍ଦ୍ରଙ୍କ ଘର ଗୁଡ଼ାରୀର ସୌରା ସାହିରେ ହୋଇଥିବା ବେଳେ ବିଷ୍ଣୁଙ୍କ ଘର ପେଣ୍ଡିଲି ପଞ୍ଚାୟତର ବଡ଼ଗୁଡ଼ା ଗାଁରେ।

Advertisment

ଦେବେନ୍ଦ୍ର ଓ ବିଷ୍ଣୁ ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ର ଥିଲେ। ସେମାନେ କଲନରା ବ୍ଲକ ବାଡ଼ିସୋଲାରେ ପଢୁଥିଲେ। ଆଜି ସକାଳେ ଉଭୟେ ବାଇକ୍‌ ଯୋଗେ କଲେଜକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। 

ଉଭୟଙ୍କୁ ଉଦ୍ଧାର କରି ରାମାନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାମାନାଗୁଡ଼ା ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment

ଅନ୍ୟପକ୍ଷରେ ଭଦ୍ରକରେ ଏକ ଚିପ୍‌ସ ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆ ପଞ୍ଚାୟତ ଜଳଙ୍ଗା ଆଦିବାସୀ ସାହି ନିକଟ ବଡ଼ କୋନାଲ ପୋଲ ପାଖରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକରେ ଦୁଇ ଜଣ ବ୍ୟକ୍ତି ବାଣିତିଆ ବଡ଼ କୋନାଲ ରାସ୍ତାରେ ଭଦ୍ରକ ଆଡ଼କୁ ଆସୁଥିବା ବେଳେ  ଏକ ଚିପ୍ପ ବୋଝେଇ ଟ୍ରାକ୍ଟର ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।

ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଚିପ୍ପ ବୋଝେଇ ଟ୍ରାକ୍ଟରଟିକୁ ଜବତ କରିଥିବା ବେଳେ ମୃତ ବ୍ୟକ୍ତିଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଳ୍ପନା କ୍ଳବ ଠାରୁ ଜନ୍ତାରିବୋଲ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରୋହିତ ପ୍ରଧାନ। ତାଙ୍କ ଘର ଜନ୍ତାରିବୋଲ ଗାଁରେ।

ରୋହିତଗତକାଲି ରାତିରେ କାମାକ୍ଷାନଗରରୁ ଜନ୍ତାରିବୋଲ ଯାଉଥିବା ବେଳେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେ ସେଠାରେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ଓ ଦେଢ଼ ବର୍ଷ ଝିଅ ଅଛନ୍ତି।