Advertisment

ବାଇକ୍‌ରେ ଓଭର ଟେକ୍‌ କରୁଥିଲେ, ଚାପିଦେଲା ଟ୍ରକ୍‌

କୋରାପୁଟରୁ ସୁନାବେଡା ଅଭିମୁଖେ ଯାଉଥିଲା ଏକ ଟ୍ରକ୍‌। ଆଉ ଟ୍ରକ୍‌ ପଛେ ପଛେ ବାଇକ୍‌ରେ ଯାଉଥିଲେ ଦୁଇ ଜଣ ନାବାଳକ। ସଦର ଥାନା ରେଳ ଓଭର ବ୍ରିଜ୍‌ ନିକଟରେ ନାବାଳକ ଦୁଇ ଜଣ ଟ୍ରକ୍‌କୁ ଓଭର ଟେକ୍‌ କରିବାକୁ ଚେଷ୍ଟା କରୁଥିଲେ

author-image
Manoranjan Sial
Accident

Accident

ଟ୍ରକ୍‌କୁ ଓଭର ଟେକ୍‌ କରୁଥିଲେ ଦୁଇ ଜଣ ନାବାଳକ! ଦୁର୍ଭାଗ୍ୟକୁ ଭାରସାମ୍ୟ ହରାଇ ଟ୍ରକ୍‌ ଚକା ତଳେ ଚାପି ହୋଇଯାଇଥିଲେ ୨ ବାଇକ୍‌ ଚାଳକ ନାବାଳକ। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କୋରାପୁଟ ଟାଉନ୍‌ରେ ଘଟିଛି।

Advertisment

କୋରାପୁଟରୁ ସୁନାବେଡା ଅଭିମୁଖେ ଯାଉଥିଲା ଏକ ଟ୍ରକ୍‌। ଆଉ ଟ୍ରକ୍‌ ପଛେ ପଛେ ବାଇକ୍‌ରେ ଯାଉଥିଲେ ଦୁଇ ଜଣ ନାବାଳକ। ସଦର ଥାନା ରେଳ ଓଭର ବ୍ରିଜ୍‌ ନିକଟରେ ନାବାଳକ ଦୁଇ ଜଣ ଟ୍ରକ୍‌କୁ ଓଭର ଟେକ୍‌ କରିବାକୁ ଚେଷ୍ଟା କରୁଥିଲେ। ହେଲେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ। ସେମାନେ ଟ୍ରକ୍‌ ପଛ ଚକ ତଳେ ଚାପି ହୋଇଯାଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍‌ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଦୁର୍ଘଟଣା ପରେ ଚାଳକ ଟ୍ରକ୍‌ ଛାଡ଼ି ପଳାଇ ଯାଇଛି। ମୃତ ବାଳକଙ୍କ ଭିତରୁ ଜଣଙ୍କ ଘର ସିନେମା ହଲ ନିକଟସ୍ଥ ସାହିରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର କେଉଁଠି ଜଣାପଡ଼ି ନାହିଁ। ପୁଲିସ ଟ୍ରକ୍‌ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Roadaccident Koraput