ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ବାଇକ୍। ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ବଦମୁଣ୍ଡା ନିକଟରେ ଘଟିଛି।
ମୃତକ ୨ ଜଣ ହେଲେ ନବରଙ୍ଗପୁର ଥାନା ଅନ୍ତର୍ଗତ ପିଲିକା ଗାଁର ଜଳନ୍ଧର ଭତରା ଏବଂ ପାପଡାହାଣ୍ତି ଥାନା ଅନ୍ତର୍ଗତ ଖର୍କି ଅଞ୍ଚଳର ଶିବ ଭତରା। ସେହିଭଳି ଗୁରୁତର ଆହତ ଜଣଙ୍କ ହେଲେ ପିଲିକା ଗାଁର ନରହରି ଭତରା। ଆଜି ଏହି ୩ ଜଣ ଗୋଟିଏ ବାଇକରେ ତାରାଗାଁରୁ ପିଲିକା ଗ୍ରାମକୁ ଯାଉଥିବା ବେଳେ ବଦମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଇଯାଇଥିଲା।
Also Read
ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରିଥିଲେ। ସେଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ନବରଙ୍ଗପୁର ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Accident
ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ
ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

Accident
କାରକୁ ପିଟି ଦେଲା ଟ୍ରକ୍: ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ମୃତ ଡିଏସ୍ପି ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।