Advertisment

ଗଛରେ ପିଟିହେଲା ବାଇକ୍‌, ୨ ଜଣ ମୃତ

ମୃତକ ୨ ଜଣ ହେଲେ ନବରଙ୍ଗପୁର ଥାନା ଅନ୍ତର୍ଗତ ପିଲିକା ଗାଁର ଜଳନ୍ଧର ଭତରା ଏବଂ ପାପଡାହାଣ୍ତି ଥାନା ଅନ୍ତର୍ଗତ ଖର୍କି ଅଞ୍ଚଳର ଶିବ ଭତରା।

ଅଦ୍ୟତନ ହୋଇଛି
undefined

DeadBody

Advertisment

ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ବାଇକ୍‌। ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ବଦମୁଣ୍ଡା ନିକଟରେ ଘଟିଛି। 

Advertisment

ମୃତକ ୨ ଜଣ ହେଲେ ନବରଙ୍ଗପୁର ଥାନା ଅନ୍ତର୍ଗତ ପିଲିକା ଗାଁର ଜଳନ୍ଧର ଭତରା ଏବଂ ପାପଡାହାଣ୍ତି ଥାନା ଅନ୍ତର୍ଗତ ଖର୍କି ଅଞ୍ଚଳର ଶିବ ଭତରା। ସେହିଭଳି ଗୁରୁତର ଆହତ ଜଣଙ୍କ ହେଲେ ପିଲିକା ଗାଁର ନରହରି ଭତରା। ଆଜି ଏହି ୩ ଜଣ ଗୋଟିଏ ବାଇକରେ ତାରାଗାଁରୁ ପିଲିକା ଗ୍ରାମକୁ ଯାଉଥିବା ବେଳେ ବଦମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା ପାର୍ଶ୍ୱ ଗଛରେ ପିଟି ହେଇଯାଇଥିଲା। 

ସ୍ଥାନୀୟ ଲୋକ ୩ ଜଣଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରିଥିଲେ। ସେଠାରେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ନବରଙ୍ଗପୁର ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

Advertisment
Odisha Accident Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe