Advertisment

ଅଧାରେ ରହିଗଲା ବିବାହ ବାର୍ଷିକୀରେ ଜଗା ଦର୍ଶନ

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସମୟରେ ହଠାତ ଏକ ଟ୍ରକ ଦ୍ରୁତ ଗତିରେ ଆସି ନଳିନୀକୁ ଧକ୍କା ଦେଇଥିଲା

author-image
Biswajit Samal
Road accident

Road accident

ଅଧାରେ ରହିଗଲା ବିବାହ ବାର୍ଷିକୀରେ ଜଗା ଦର୍ଶନ। ସାଥୀହୋଇ ଚାଲିଗଲେ ପତିପତ୍ନୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ସୁବର୍ଣ୍ଣପୁର ଜିଲ୍ଲାର ଆନନ୍ଦପୁର ଗାଁରୁ ଆସିଛି। ଭୁବନେଶ୍ୱରରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ସ୍ୱମୀ ସ୍ତ୍ରୀଙ୍କ ଜୀବନ। ମୃତକ ହେଉଛନ୍ତି ଉମେଶ ପଣିଗ୍ରାହୀ (୬୬) ଓ ତାଙ୍କ ପତ୍ନୀ ନଳିନୀ ପାଣିଗ୍ରାହୀ (୬୨)।

Advertisment

ଅଗ୍ନୀକୁ ସାକ୍ଷୀରଖି ୯ ମେ ୧୯୮୫ ମସିହାରେ ଉଭୟେ ବିବାହ କରିଥିଲେ। ତାଙ୍କର ଦୁଇ ପୁଅକୁ ନେଇ ଥିଲା ଏକ ସୁଖର ସଂସାର। ଦମ୍ପତି ୩୯ ତମ ବିବାହ ବାର୍ଷିକୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ମନସ୍ଥ କରି ମଙ୍ଗଳବାର (ଗତକାଲି) ରାତିରେ ଉଲୁଣ୍ଡାରୁ ବସଯୋଗେ ପୁରୀ ବହାରିଥିଲେ। ଆଜି ସକାଳୁ ଭୁବନେଶ୍ୱର ପଳାଶୁଣୀ ଛକରେ ଓହ୍ଲାଇ ପୁରୀ ବସକୁ ଅପେକ୍ଷା କରିଥିଲେ। ହେଲେ କିଏ ଜାଣିଥିଲା ଅଧାରେ ରହିଯିବ ତାଙ୍କର ୩୯ ତମ ବିବାହ ବାର୍ଷିକି। ଆଉ ଅଧାରେ ରହିଯିବ ସେମାନଙ୍କର ଜଗା ଦର୍ଶନ। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସମୟରେ ହଠାତ ଏକ ଟ୍ରକ ଦ୍ରୁତ ଗତିରେ ଆସି ନଳିନୀକୁ ଧକ୍କା ଦେଇଥିଲା। ଏହା ଦେଖି ଉମେଶ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରୁଥିବା ସମୟରେ ଟ୍ରକଟି ତାଙ୍କୁ ମଧ୍ୟ ଧକ୍କାଦେଇ ପ୍ରାୟ ୫ଶହ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା।

ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରସେମାନଙ୍କୁ ମୃତ ଘୋଷଣା କରିଥିଲେ। ମଞ୍ଚେଶ୍ୱରେ ଥାନା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ ହସପିଟାଲକୁ ପଠାଇଥିଲା। ଖବର ପାଇ ବଡ଼ ପୁଅ ସୁଦିପ ଓ ପୁତୁରା ଶିବ ଶଙ୍କର ଭୁବନେଶ୍ୱର ଯାଇଥିବାବେଳେ ସ୍ୱିଡେନରେ ଥିବା ସାନପୁଅ ଆସନ୍ତାକାଲି ପହଞ୍ଚିବା ନେଇ ଜଣାପଡ଼ିଛି। ଆସନ୍ତାକାଲି ଜନ୍ମମାଟି ଆନନ୍ଦପୁର ଗାଁରେ ଉଭୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।

Advertisment
Odisha Bhubaneswar Accident Roadaccident Accidental Death