Advertisment

ବାଇକ ଉପରେ ଚଢ଼ିଗଲା ଟ୍ରାକ୍ଟର, ୨ ମୃତ

ବାଇକରେ ଭାଦ ଓ ରାମେଶ୍ୱର ନିଜ ଗ୍ରାମ କୁଟଲିଂକୁ ଫେରୁଥିଲେ।

Accident

Accident

Advertisment

ବାଇକ ଉପରେ ଚଢ଼ିଗଲା ଟ୍ରାକ୍ଟର। ଚାଲିଗଲା ଦୁଇ ଜଣଙ୍କ ଜୀବନ। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟଲିଂ ରାଇସ ମିଲ ଛକରେ।ମୃତକ ଦ୍ୱୟ ହେଲେ କୁଟଲିଂ ଗ୍ରାମର ଭାଦ ହେମ୍ବ୍ରମ ଓ ରାମେଶ୍ୱର ହେମ୍ବ୍ରମ।

Advertisment

କୁଟଲିଂ ଗାଁରୁ ଏକ ଇଟା ବୋଝେଇ ଟ୍ରାକ୍ଟର ବହୁବନ୍ଧ ଗ୍ରାମ ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ବାଇକରେ ଭାଦ ଓ ରାମେଶ୍ୱର ନିଜ ଗ୍ରାମ କୁଟଲିଂକୁ ଫେରୁଥିଲେ। ହେଲେ ରାଇସ ମିଲ ଛକ ନିକଟରେ ଟ୍ରାକ୍ଟରଟି ସେମାନଙ୍କୁ ଧକ୍କା ଦେଇଥିଲା ଓ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଭାଦ ଓ ରାମେଶ୍ୱରଙ୍କର ମୃତ୍ୟୁ ଘଟିଥିଲା। 

ଦୁର୍ଘଟଣା ଘଟାଇ ଟ୍ରାକ୍ଟରଟି ରାସ୍ତା ପାର୍ଶ୍ଵକୁ ଓଲଟି ପଡ଼ିଥିଲା। ତେବେ ଟ୍ରାକ୍ଟର ଡ୍ରାଇଭର ଓ ସେଥିରେ ବସିଥିବା ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଉଦଳା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଯାଇଥିଲା। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe