Advertisment

କଲ୍‌ଭର୍ଟ ଉପରେ ବିଶ୍ରାମ ନେଉଥିଲେ, ପିଟିଦେଲା ଟ୍ରକ୍‌

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ଫେରାର ହୋଇଯାଇଛି। ପୁଲିସ୍‌ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଗଡ଼ାଣିଆ ରାସ୍ତା ହୋଇଥିବାରୁ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Accident

Accident

Advertisment

ସଉଦା କିଣି ଘରକୁ ଫେରୁଥିଲେ। ଥକା ଲାଗିବାରୁ କଲ୍‌ଭର୍ଟ ଉପରେ ବସି ବିଶ୍ରାମ ନେଉଥିଲେ। ହେଲେ ଜାଣିନଥିଲେ ମୃତ୍ୟୁ ଏମିତି ଆସିବ ବୋଲି। ଦୁଇ ଶ୍ରମିକ ବସିଥିବା କଲ୍‌ଭର୍ଟକୁ ପିଟିଦେଲା ବାଉଁଶ ବୋଝେଇ ଟ୍ରକ୍‌। କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ।

Advertisment

ସୁଆକାଟି ଫାଣ୍ଡି ଉପର କାଇପୁର ଗାଁର ଶୁକ୍ରା ଜୁଆଙ୍ଗ ଓ ଚେମା ଜୁଆଙ୍ଗ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ସଉଦା କରିବା ପାଇଁ ଠାକୁରଡ଼ିହି ଛକକୁ ଯାଇଥିଲେ। ସେଠାରୁ କିଣାକିଣି କରି ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱ କଲଭର୍ଟ ବାଡ଼ରେ ବସି ବିଶ୍ରାମ ନେଉଥିଲେ। ଠିକ୍‌ ସେହି ସମୟରେ ଏକ ପାଉଁଶ ବୋଝେଇ ଟ୍ରକ୍‌ ଭରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଶୁକ୍ରା ଓ ଚେମାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ଫେରାର ହୋଇଯାଇଛି। ପୁଲିସ୍‌ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଗଡ଼ାଣିଆ ରାସ୍ତା ହୋଇଥିବାରୁ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Advertisment

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Roadaccident Kendujhar Truck Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe