/odisha-reporter/media/post_attachments/uploadimage/library/16_9/16_9_0/Road_1695902152.jpg)
Road
ସଂପର୍କୀୟ ପୁଅ ପାଇଁ ଝିଅ ଦେଖିବାକୁ ଯାଉଥିବା ବେଳେ ଟ୍ରକ୍ ମାଡ଼ି ଯିବାରୁ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦୁଆରଣୁଣି ଘାଟିରେ ଆଜି ଅପରାହ୍ନରେ ଘଟିଛି ଏହି ଦୁର୍ଘଟଣା।
Advertisment
ମୃତ ଦମ୍ପତି ହେଲେ ବିଶୋଇ ଥାନା ଅଞ୍ଚଳର ରବି ନାରାୟଣ ଦାଶ (୫୦) ଓ ତାଙ୍କ ପତ୍ନୀ ରେବତୀ ଦାଶ (୪୦)। ସେମାନେ ସଂପର୍କୀୟ ପୁଅଙ୍କ ନିମନ୍ତେ ଝିଅ ଦେଖିବାକୁ ବାଇକରେ କୁଚେଇ ଅଭିମୁଖେ ଯାଉଥିଲେ।
ଦୁଆରଣୁଣି ଘାଟିରୁ ସେମାନେ ଓହ୍ଲାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାଲବୋଝେଇ ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଟ୍ରକ୍ଟି ସେମାନଙ୍କୁ ମଡ଼ାଇ ଦେବା ପରେ ଘାଟି ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିଲେ।
Advertisment
ରବି ନାରାୟଣ ଦାଶ ଓ ତାଙ୍କ ପତ୍ନୀଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବାଙ୍ଗିରିପୋଷି ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
