Advertisment

ବିଜେଡି ବିଧାୟକଙ୍କ ନିର୍ମାଣାଧୀନ କୋଠାରୁ ଖସିପଡ଼ିଲେ ୨ ଶ୍ରମିକ!

ରାଜଧାନୀର ଛାତି ଉପରେ ରାଜ୍ୟର ପ୍ରତିଷ୍ଠିତ ବିଧାୟକ ତିନି ମହଲା କୋଠାଘର ନିର୍ମାଣ କରୁଛନ୍ତି। ସେହି ନିର୍ମାଣାଧୀନ କୋଠାରେ କାମ ଚାଲିଥିବା ବେଳେ ଦୁଇ ଜଣ ଶ୍ରମିକ ଖସି ପଡ଼ିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Capital

Capital

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣାଧୀନ କୋଠାରୁ ଖସି ୨ ଶ୍ରମିକ ଗୁରୁତର ହୋଇଛନ୍ତି। ନୟାପଲ୍ଲୀ ଥାନା ଅଞ୍ଚଳରେ ୩ ମହଲା କୋଠା କାମ ଚାଲିଥିବା ବେଳେ ଅଘଟଣ ଘଟିଛି। ଗୁରୁତର ହୋଇଥିବା ୨ ଶ୍ରମିକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିର୍ମାଣାଧୀନ କୋଠାଟି ଜଣେ ବିଜେଡି ବିଧାୟକଙ୍କର ବୋଲି ଜଣାପଡ଼ିଛି।

Advertisment

ରାଜଧାନୀର ଛାତି ଉପରେ ଜଣେ ବିଜେଡି ବିଧାୟକ ତିନି ମହଲା କୋଠାଘର ନିର୍ମାଣ କରୁଛନ୍ତି। ସେହି କୋଠାର ନିର୍ମାଣ କାର୍ଯ୍ୟ ଜଣେ ଠିକା ସଂସ୍ଥା ନିର୍ମାଣ କରୁଛି। ନିର୍ମାଣାଧୀନ କୋଠାରେ ଛାତ ପଡ଼ୁଥିବା ବେଳେ ୩ ଜଣ ଶ୍ରମିକ ଖସି ପଡ଼ିଥୁଲେ। ତେବେ ଅନ୍ୟ ଶ୍ରମିକମାନେ ଜଣଙ୍କୁ ଧରି ପକାଇଥିଲେ। ଆଉ ୨ ଜଣ ତଳେ ପଡ଼ିଯାଇଥିଲେ। ସେମାନଙ୍କୁ ଛାତି ଓ ଦେହରେ ଗଭୀର କ୍ଷତ ହୋଇଛି। ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ମିଳିଥିବା ସୂଚନାରୁ ବିନା ସୁରକ୍ଷା ବ୍ୟବସ୍ଥାରେ କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଯେଉଁଥିପାଇଁ ଶ୍ରମିକମାନେ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ।

Advertisment
Bhubaneswar Bhubaneswar News