Advertisment

ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ଶ୍ରମିକଙ୍କ ଜୀବନ; ଜଣେ ଗୁରୁତର!

ମାନପୁର ଗାଁରେ ଥିବା ଏକ ଇଟା ଭାଟିରେ  ୩ଜଣ ଶ୍ରମିକ କାମ କରୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Dhenkanal

Dhenkanal

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧରୁ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଅନ୍ତର୍ଗତ ମାନପୁରରେ। ମୃତାହତଙ୍କ ଘର ପାଲଲହଡ଼ାରେ।

Advertisment

ମାନପୁର ଗାଁରେ ଥିବା ଏକ ଇଟା ଭାଟିରେ ୩ଜଣ ଶ୍ରମିକ କାମ କରୁଥିଲେ। ସେହିଠାରେ଼ ଥିବା ଏକ ଘର ରହୁଥିଲେ। ଗତକାଲି ରାତିରେ ୩ଜଣ ଶ୍ରମିକ ଜେନେରେଟର ଲଗାଇ ଘରେ ଶୋଇଥିଲେ। ଆଜି ସକାଳେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ଅନ୍ୟ ଶ୍ରମିକମାନେ ଦେଖିଥିଲେ।

 ଆହତ ଶ୍ରମିକଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଏମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ିନାହିଁ। ଇଟାଭାଟିର ମାଲିକ ମଧ୍ୟ ଏହି ସଂପର୍କରେ ମୁହଁ ଖୋଲି ନାହାନ୍ତି। ପୁଲିସ ଇଟାଭାଟି ମାଲିକକୁ ପଚରାଉରା କରୁଛି ଓ ଘଟଣାର ତଦନ୍ତ କରୁଛି। 

Advertisment
Dhenkanal