Advertisment

ବ୍ୟାସ ସରୋବରରେ ଅଘଟଣ, ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଗୁରୁତର ଅବସ୍ଥାରେ ସେମାନଙ୍କୁ ଯାଜପୁର ରୋଡ୍ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Medical

Medical

Advertisment

ଯାଜପୁରର ବ୍ୟାସ ସରୋବରରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ ଆଘାତରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଦ୍ୱୟ ହେଉଛନ୍ତି, ଅନ୍ଦ୍ରଜିତ ମଣ୍ଡଳ ଓ ରେଜାବୁଲ ସେକ। ସେମାନେ ପଶ୍ଚିମବଙ୍ଗର ମାଲଦା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି।

Advertisment

ବ୍ୟାସ ସରୋବର ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୁଇ ଶ୍ରମିକ ମେସିନ ସାହାଯ୍ୟରେ ରଡ୍ କାଟୁଥିଲେ। ତେବେ ହଠାତ୍ ରଡ୍ କଟିଙ୍ଗ୍ ମେସିନଟି ଚାର୍ଜ ହୋଇଯିବାରୁ ୨ ଜଣ ଯାକ ଶ୍ରମିକ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ଯାଜପୁର ରୋଡ୍ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଯାଜପୁର ରୋଡ୍ ପୁଲିସ ଶବ ଦୁଇଟିକୁ ଜବତ କରିଥିଲା। ପୁଲିସ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି।

Advertisment

ଗତ ୨୦ ତାରିଖରେ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମିତି ଏକ ଘଟଣା ଘଟିଥିଲା। ଡ୍ରେନ୍‌ କାର୍ଯ୍ୟ ପାଇଁ ଡାକ୍ତରଖାନା ପରିସରରେ ଗାତ ଖୋଳା ହୋଇଥିବା ବେଳେ ବର୍ଷା ଯୋଗୁ ସେଗୁଡ଼ିକରେ ପାଣି ଜମି ଯାଇଥିଲା। ପାଣି ବାହାର କରିବା ପାଇଁ ମୋଟରର ସାହାଯ୍ୟ ନିଆଯାଇଥିଲା। ତେବେ ମୋଟରରେ ବିଦ୍ୟୁତ୍ ସଂଯୋଗ କରୁଥିବା ବେଳେ ଜଣେ ଶ୍ରମିକ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ତାଙ୍କର ମୃତ୍ୟୁ ଘଟିଥିଲା।ସେ ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳର ବାସିନ୍ଦା ଥିଲେ।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe