Advertisment

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

ଆଜି ସକାଳେ ଆର୍ତ୍ତତ୍ରାଣ ଓ ରିନା କାମ କରିବା ପାଇଁ ଧାଉରାପାଲି ଗାଁକୁ ଯାଇଥିଲେ।

author-image
Tapaswini Nayak
Teson situation

Teson situation

ପାଇଖାନା ନୂତନ ଟାଙ୍କିର ସେଣ୍ଟ୍ରିଂ ଖୋଲିବା ବେଳେ ଶ୍ଵାସରୁନ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ଥାନା ଧାଉରା ପାଲି ଗାଁରେ ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେମାନେ ହେଲେ ବଇଦା ଗ୍ରାମର ଆର୍ତ୍ତତ୍ରାଣ ମିର୍ଦ୍ଧା ଓ ଅନ୍ୟ ଜଣେ ବାମୁର ପଞ୍ଚାୟତ ରେଙ୍ଗାଲ ବେଡ଼ା ଗ୍ରାମର ରିନା ମହାର।

Advertisment

ଆଜି ସକାଳେ ଆର୍ତ୍ତତ୍ରାଣ ଓ ରିନା କାମ କରିବା ପାଇଁ ଧାଉରାପାଲି ଗାଁକୁ ଯାଇଥିଲେ। ସେଠାରେ ସେମାନେ ଜଣେ ଶିକ୍ଷକଙ୍କ ଘରେ ପାଇଖାନା ନୂତନ ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିଲେ। ଟାଙ୍କି ଭିତରକୁ ଯାଇ କାର୍ଯ୍ୟ କରୁଥିବା ସମୟରେ ସେମାନଙ୍କୁ ଅଣ ନିଃଶ୍ୱାସ ଲାଗିବାରୁ ଚିତ୍କାର କରିଥିଲେ। ପରେ ସେମାନେ ପାଇଖାନା ଟାଙ୍କି ଭିତରେ ବେହୋସ ହୋଇଯାଇଥିଲେ।

ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ଶ୍ରମିକମାନେ ଆଖପାଖ ଲୋକଙ୍କୁ ଡାକିଥିଲେ। ଏଥିସହ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶ୍ରମିକ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ। କିଶୋରନଗର ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Anugul Deth