Dead Body
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଲାଭଟା ଗାଁରେ ଥିବା ଡୁର୍କାଡଙ୍ଗରୀ ପାହାଡ଼ରୁ ପଥର ଖସି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଅଲାଭଟା ଗାଁର ମୁକୁନ୍ଦ ପରାଭୋଇ (୫୫) ଓ ରାଜକୁମାରୀ ନାଏକ (୩୦)।
ବର୍ଷା ଯୋଗୁଁ ପୂରା ଡୁର୍କାଡଙ୍ଗରୀ ପାହାଡ଼ ଏବେ ଓଦା ହୋଇଯାଇଛି। ପଥର ଫଟାଇ ମେଟାଲ ତିଆରି କରିବା ପାଇଁ ଡୁର୍କାଡଙ୍ଗରୀ ତଳେ ବସିଥିବା ମୁକୁନ୍ଦ ଓ ରାଜକୁମାରୀଙ୍କ ଉପରେ ହଠାତ୍ ଏକ ବଡ଼ ପଥର ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ଜୟପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନାକୁ ପଠାଇଛି। ପୁଲିସ ଘଟଣାର ଯାଞ୍ଚ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dead_Body_1688917611.jpg)