ନଦୀରୁ ବାଲି ଉଠାଉଥିବା ବେଳେ ହଠାତ୍ ପାଣି ମାଡ଼ି ଆସିବାରୁ ଦୁଇ ଜଣ ଶ୍ରମିକ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କୁଡ଼ିଙ୍ଗଗୁଡ଼ା ଗାଁ ନିକଟରେ ଘଟିଛି ଏହି ଘଟଣା। ମୃତ ଶ୍ରମିକଙ୍କ ନାଁ ମଞ୍ଜୁଳା ମାଝୀ।
କୁଡ଼ିଙ୍ଗଗୁଡ଼ା ଗାଁ ନିକଟସ୍ଥ ନଦୀରୁ ୪ ଜଣ ମହିଳା ବାଲି ଉଠାଉଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ଆଉ ପାହାଡ଼ି ନଦୀରେ ହଠାତ୍ ଅଧିକ ପାଣି ମାଡ଼ି ଆସିଥିଲା। ଫଳରେ ମଞ୍ଜୁଳା ମାଝୀ ଓ ସୁକାଇ ମାଝୀ ଭାସି ଯାଇଥିଲେ। ସୁକାଇଙ୍କୁ ଅନ୍ୟ ଦୁଇ ଶ୍ରମିକ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ତେବେ ମଞ୍ଜୁଳାଙ୍କ ପତ୍ତା ମିଳି ନଥିଲା।
Also Read
ଖବର ପାଇ ଟିକିରିରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ଖୋଜାଖୋଜି କରି ମଞ୍ଜୁଳାଙ୍କୁ ପାଇଥିଲେ। ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।
Accident
ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା
ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ
ନବରଙ୍ଗପୁର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।