Advertisment

ଦୁଇ ବସ୍‌ ଧକ୍କାରେ ଚାଲିଗଲା ୬ ଜୀବନ, ୨୫ ଗୁରୁତର

ଏକ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ଜାତୀୟ ରାଜପଥରେ ଧକ୍କା ହେଲା ୨ ବସ୍‌।

author-image
Niharika Rout
Accident

Accident

ଏକ ଟ୍ରକ୍‌କୁ ଓଭରଟେକ୍‌ କରିବାକୁ ଚେଷ୍ଟା କରୁଥିବା ବେଳେ ଜାତୀୟ ରାଜପଥରେ ଧକ୍କା ହେଲା ୨ ବସ୍‌। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାର ମାଲକାପୁର ସହରରେ ଘଟିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଗୋଟିଏ ବସ୍‌ ତୀର୍ଥ ଯାତ୍ରୀଙ୍କୁ ଧରି ଅମରନାଥରୁ ହିଙ୍ଗୁଳି ଅଭିମୁଖେ ଯାଉଥିବା ବେଳେ ଅନ୍ୟ ବସ୍‌ଟି ନାସିକ ଅଭିମୁଖେ ଯାଉଥିଲା। ଏହି ସମୟରେ ନାସିକ ଯାଉଥିବା ଏକ ବସ୍‌ଟି ଜାତୀୟ ରାଜପଥରେ ଏକ ଟ୍ରକ୍‌କୁ ଓଭରଟେକ୍‌ କରିବା ଚେଷ୍ଟା କରୁଥିଲା। ଉକ୍ତ ସମୟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା ଅନ୍ୟ ଏକ ବସ୍‌ ସହ ପିଟି ହୋଇ ଯାଇଥିଲା।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓ ପୁଲିସ୍‌ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତଦେହକୁ ବସ୍‌ରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ପ୍ରାୟ ୨୫ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଏହି ଦୁର୍ଘଟଣା ଯୋଗୁ ଜାତୀୟ ରାଜପଥରେ ବହୁ ସମୟ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।

Accident Deadbody Maharashtra