Advertisment

ଜଳିଗଲେ ମାମୁ-ଭଣଜା

ମାମୁ-ଭଣଜା ନିଆଁ ପୋଇଁବା ବେଳେ ପାଳଗଦାରେ ନିଆଁ ଲାଗି ଯାଇଥିଲା ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Dead Body

Dead Body

Advertisment

ପାଳଗଦାରେ ଲାଗିଲା ନିଆଁ। ଜୀବନ୍ତ ଦଗ୍ଧ ହୋଇଗଲେ ମାମୁ-ଭଣଜା। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗ୍ରାମରେ ଘଟିଛି ଏହି ଘଟଣା।

Advertisment

ମୃତକମାନେ ହେଉଛନ୍ତି କ୍ରିଷ୍ଣା ଭୋଇ ଓ ତାଙ୍କ ଭଣଜା କ୍ରିଷ୍ଣା ଉର୍ମା। ଉଭୟଙ୍କ ନାଁ କ୍ରିଷ୍ଣା। ଉଭୟ ନାବାଳକ। ମାମୁ କ୍ରିଷ୍ଣା ଭୋଇଙ୍କ ଘର ବଲାକିରା ଗାଁରେ। ତାଙ୍କ ବାପାଙ୍କ ନାଁ ସୁବଳ ଭୋଇ। ଭଣଜା କ୍ରିଷ୍ଣା ଊର୍ମାଙ୍କ ଘର ବସନ୍ତବାହଲରେ। ତାଙ୍କ ବାପାଙ୍କ ନାଁ ସଞ୍ଜିତ ଉର୍ମା। 

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୁହାଯାଉଛି, ମାମୁ-ଭଣଜା ନିଆଁ ପୋଇଁବା ବେଳେ ପାଳଗଦାରେ ନିଆଁ ଲାଗି ଯାଇଥିଲା।  

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe