Drowning
ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ତ ବ୍ଲକ ଅନ୍ତର୍ଗତ ଓଡ଼ଙ୍ଗି ଗାଁରେ। ଜଣେ ନାବାଳିକାଙ୍କ ବୟସ ୧୦ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୧୨ ବର୍ଷ ହେବ।
ଆଜି ସକାଳେ ନାବାଳିକା ଦୁଇ ଜଣ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପୋଖରୀରେ ବୁଡ଼ି ଯାଇଥିଲେ। ଘରକୁ ଆସିବା ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଉଭୟ ପୋଖରୀରେ ଭାସୁଥିବା ଦେଖିଥିଲେ। ଦୁଇ ନାବାଳିକାଙ୍କୁ ପରିବାର ଲୋକେ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଦୁଇ ନାବାଳିକା ଦୁଇ ସାଙ୍ଗ ଥିଲେ। ଉଭୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Drowning_1695964946.jpg)