Advertisment

ନାଗାବଳୀରେ ବୁଡ଼ି ଗଲେ ଦୁଇ ନାବାଳିକା

ମୃତ ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣଙ୍କୁ ୧୦ ବର୍ଷ ଓ ଅନ୍ୟ ଜଣଙ୍କୁ ୧୧ ବର୍ଷ ହୋଇଥିଲା।

River

River

Advertisment

ରାୟଗଡ଼ା ଜିଲ୍ଲା ସାଚାନ୍ଦିଲିରେ ନାଗାବଳୀ ନଦୀରେ ବୁଡ଼ି ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ନାବାଳିକା ହେଉଛନ୍ତି ଅନୁ ଅବଦୁଲ (୧୦) ଓ ହେମାବତୀ ସୁନା (୧୧)।

Advertisment

ସ୍କୁଲ୍‌ରୁ ଫେରିବା ପରେ ସାଚାନ୍ଦିଲି ମହିମା ପଡ଼ା ଅଞ୍ଚଳର ଅନୁ ଓ ହେମାବତୀ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। କୌଣସି କାରଣରୁ ଉଭୟ ନଦୀରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଅନୁଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଖୋଜ ହେମାବତୀଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକରଚ୍ଛାୟା ଖେଳି ଯାଇଛି।

Advertisment

ରାୟଗଡ଼ାରୁ ମାଉଡ଼ି ବାରିକଙ୍କ ରିପୋର୍ଟ

Drowning Drown Case Drowning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe