Advertisment

ଗଛରେ ପିଟିହେଲା ବାଇକ୍‌; ୨ ନାବାଳକ ମୃତ

ଦୁର୍ଘଟଣା ପରେ ରାକେଶ ଓ ଶୁଭଙ୍କୁ ସେମାନଙ୍କର ଅନ୍ୟ ଦୁଇ ସାଙ୍ଗ ବାରିପଦା ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନେଇଥିଲେ।

author-image
Jitendra Garnayak
Deadbody

Deadbody

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌। ଚାଲିଗଲା ୨ ନାବାଳକଙ୍କ ଜୀବନ। ଘଟଣାଟି ଘଟିଛି ବାରିପଦାର ରଙ୍ଗାମାଟିଆ ନିକଟରେ।

Advertisment

ମୃତକ ଦ୍ୱୟ ହେଉଛନ୍ତି, ରାକେଶ ନାଏକ (୧୩) ଓ ଶୁଭ ନାଏକ (୧୭)। ଉଭୟ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବାଗିଆବେଡ଼ା ଗାଁର।

ରାକେଶ ଓ ଶୁଭଙ୍କ ସମେତ ୪ ଜଣ ଦୁଇଟି ବାଇକ୍‌ରେ ବାରିପଦାର ଲୁଲୁଙ୍ଗ ବୁଲିବାକୁ ଯାଉଥିଲେ। ହେଲେ ବାଟରେ ରଙ୍ଗାମାଟିଆ ନିକଟରେ ଗୋଟିଏ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ସେହି ବାଇକରେ ରାକେଶ ଓ ଶୁଭ ବସିଥିଲେ।

Advertisment

ଦୁର୍ଘଟଣା ପରେ ରାକେଶ ଓ ଶୁଭଙ୍କୁ ସେମାନଙ୍କର ଅନ୍ୟ ଦୁଇ ସାଙ୍ଗ ବାରିପଦା ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।