ଚଳନ୍ତା କାର୍ରେ ଲାଗିଲା ନିଆଁ । ଆଉ କାର୍ ଭିତରେ ଥିବା ଦୁଇ ଯୁବକ ବାହାରି ନ ପାରି ଜୀଅନ୍ତା ଜଳିଗଲେ। ଫଳରେ କାର୍ ଭିତରେ ହିଁ ସେମାନଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ନୋଏଡାରେ ଘଟିଛି।
ନୋଏଡା ଥାନା ସେକ୍ଟର-୧୧୩ ରେ ଆଜି ଭୋରରୁ ଏପରି ଏକ ଘଟଣା ଘଟିଛି। ଏକ କାର୍ରେ ନିଆଁ ଲାଗି ଯାଇଥିବା ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହାପରେ କାର୍ ଭିତରୁ ୨ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ମୃତଦେହକୁ ଉଦ୍ଧାର କରାଯାଇଛି।
Also Read
ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ଚିହ୍ନଟ ହୋଇ ପାରି ନ ଥିବା ଜଣାଯାଇଛି। ଏପରିକି ସେମାନଙ୍କ ଘର କେଉଁଠି ଓ ସେମାନେ କୁଆଡ଼େ ଯାଉଥିଲେ ତାହା ବି ସ୍ପଷ୍ଟ ହୋଇ ପାରିନି।
ଘଟଣାସ୍ଥଳରେ ପୁଲିସ୍ ଓ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି । ଏଥିସହ ସିସିଟିଭି ଫୁଟେଜ ଆଧାରରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଛାନିଆ ହୋଇ ଯାଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Accident
ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ
ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।

Accident
କାରକୁ ପିଟି ଦେଲା ଟ୍ରକ୍: ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ମୃତ ଡିଏସ୍ପି ବାଲେଶ୍ୱର ଜିଲ୍ଲାରେ ନିଯୁକ୍ତ ହୋଇଥିଲେ।