Advertisment

ଭୋଜି ଖାଇବାକୁ ଯାଉଥିଲେ, ଗାଡ଼ି ଓଲଟି ପଡ଼ିବାରୁ ଚାଲିଗଲା ୨ ଜଣଙ୍କ ଜୀବନ

ଦୁର୍ଘଟଣାଗ୍ରସ୍ତ ଟାଟା ଏସିରେ ୧୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ବୋରୋସିଙ୍ଗି ଗ୍ରାମକୁ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ।

author-image
Jitendra Garnayak
Dead Body

Dead Body

ଏକ ଟାଟା ଏସି ଓଲଟି ପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କୁଲାଙ୍ଗୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ଯୁବକ। ମୃତକମାନେ ହେଉଛନ୍ତି, ବାଘଲିଙ୍ଗି ଗାଁର ବାଦଲ ଗୌଡ଼ ଓ କେଶରିପାଟଣା ଗାଁର ଚନ୍ଦ୍ରମା ଗୌଡ଼।

Advertisment

ଆହତମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭଞ୍ଜନଗର ଓ ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ଟାଟା ଏସିରେ ୧୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ବୋରୋସିଙ୍ଗି ଗ୍ରାମକୁ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ। କୁଲାଙ୍ଗୀ-କାଳିଆଗୁଡ଼ା ଗ୍ରାମ ମଝିରେ ଏକ ବୁଲାଣି ରାସ୍ତାରେ ଟାଟା ଏସିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଓ ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Advertisment
Accident