Advertisment

ବିଲରୁ ଫେରୁଥିଲେ, ବଜ୍ରାଘାତ ନେଲା ୨ ଜୀବନ

ରାସ୍ତାରେ ଯିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।

Lightening

Lightening

Advertisment

ବିଲରୁ କାମ ସାରି ଫେରୁଥିବା ବେଳେ ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ନାରାୟଣ ପ୍ରଧାନ ଓ ସରୋଜ ଜେନା। ତାଙ୍କ ଘର ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଜୟମଙ୍ଗଳ ଗାଁରେ।

Advertisment

ଶନିବାର (ଗତକାଲି) ରାତିରେ ଜୟମଙ୍ଗଳ ଗାଁର ନାରାୟଣ ପ୍ରଧାନ ଓ ସରୋଜ ଜେନା ବିଲରୁ କାମ ସାରି ଘରକୁ ଫେରୁଥିଲେ। ରାସ୍ତାରେ ଯିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ରାତି ହେବା ପରେ ଉଭୟଙ୍କ ପରିବାର ଲୋକ ଖୋଜାଖୋଜି କରିବା ବେଳେ ନାରାୟଣ ଓ ସରୋଜ ବିଲ ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଉଭୟଙ୍କ ପରିବାର ଲୋକ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ଖବରପାଇ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଶବ ବ୍ୟବଚ୍ଛେଦ କରାଇବାର ବ୍ୟବସ୍ଥା କରିଥିଲେ।

Advertisment
Lightening Death Lightening
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe