/odisha-reporter/media/post_attachments/uploadimage/library/16_9/16_9_0/Accident_1726238013.jpg)
Accident
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୁଆହତା ଶକ୍ତି ନଗର କଲୋନୀରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଶି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ରଘୁ ହାଁସଦା ଓ ମେଡ଼ ନାଗ। ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବହଳଦା ଥାନା ରେଢ଼ମ ଗାଁରେ।
ଦେବଗଡ଼ ଜିଲ୍ଲାର ଜଣେ ବ୍ୟକ୍ତି ଶକ୍ତି ନଗର କଲୋନୀରେ ଏକ ଘର ନିର୍ମାଣ କରୁଛନ୍ତି। ଏହି କାର୍ଯ୍ୟରେ ସେ ମୟୂରଭଞ୍ଜ ଜିଲ୍ଲାର କିଛି ଲୋକଙ୍କୁ ଶ୍ରମିକ ଭାବେ ନିୟୋଜିତ କରିଛନ୍ତି। ଆଜି ତାଙ୍କର ନିର୍ମାଣାଧୀନ ପାଇଖାନା ଟାଙ୍କି ଭିତରକୁ ଦୁଇ ଜଣ ଶ୍ରମିକ ପଶି କିଛି କାର୍ଯ୍ୟ କରୁଥିଲେ। ତେବେ ସେମାନେ ପ୍ରାୟ ଦୁଇ ଘଣ୍ଟା ଧରି ସେଠାରୁ ବାହାରି ନଥିଲେ କି ସେଠାରୁ କୌଣସି ଶବ୍ଦ ଶୁଣିବାକୁ ମିଳି ନଥିଲା।
ସନ୍ଦେହ ହେବାରୁ ଘର ମାଲିକ ଓ ଅନ୍ୟ ଶ୍ରମିକମାନେ ପାଇଖାନା ଟାଙ୍କି ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ ଏବଂ ଉଭୟ ଅଚେତ ଅବସ୍ଥାରେ ପଡ଼ିଥିବା ସେମାନେ ଦେଖିଥିଲେ। ଏନେଇ ଘର ମାଲିକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଜେସିବି ସାହାଯ୍ୟରେ ପାଇଖାନା ଟାଙ୍କିକୁ ଭାଙ୍ଗି ସେଥିରୁ ଦୁଇ ଅଚେତ ଶ୍ରମିକଙ୍କୁ ବାହାରି କରିଥିଲେ। ସେତେବେଳେକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା। ବଅଁରପାଳ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
