Advertisment

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଦୁଇ ଟ୍ରକ୍‌, ଦୁଇ ଜୀବନ୍ତ ଦଗ୍ଧ

ଏକ ଗାଡ଼ିରେ ଥିବା ୨ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨ ଜଣ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି।

author-image
Niharika Rout
Accident

Accident

ଉତ୍ତରପ୍ରଦେଶର ଝାନସୀରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଫଳରେ ଏକ ଗାଡ଼ିରେ ଥିବା ୨ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨ ଜଣ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ଆଜି ସକାଳେ ଚିରଗାଁଓ ଥାନା ଅଞ୍ଚଳର କାନପୁର ଜାତୀୟ ରାଜପଥରେ ଘଟିଛି।

Advertisment

ସୂଚନା ମୁତାବକ ଝାନସୀରୁ କାନପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ କାନପୁର ଜାତୀୟ ରାଜପଥରେ ଯାଉଥିବା ବେଳେ ଡ୍ରାଇଭରଙ୍କୁ ନିଦ ଲାଗିଥିଲା। ଫଳରେ ସେ ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହ ପିଟି ହୋଇ ଯାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ପରେ ହଠାତ୍‌ ଉଭୟ ଟ୍ରକ୍‌ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।

ଏହି ସମୟରେ ଗୋଟିଏ ଟ୍ରକ୍‌ରେ ଥିବା ଦୁଇ ଜଣ ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇ ପାରିଥିଲେ। ଏଥିସହ ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମାତ୍ର ଅନ୍ୟ ଏକ ଟ୍ରକ୍‌ରେ ଥିବା ଦୁଇ ଜଣ ବାହାରି ନ ପାରି ଜୀବନ୍ତ ଜଳି ଯାଇଥିଲେ।

Advertisment

ଖବର ପାଇ ପୁଲିସ୍‌ ଓ ଦମକଳ ଗାଡ଼ି ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଲିଭାଇଥିଲେ। ଏହାପରେ ଗ୍ୟାସ୍‌ କଟରରେ ଟ୍ରକ୍‌କୁ କାଟି ଦୁଇ ମୃତଦେହ ଉଦ୍ଧାର କରିଥିଲେ।

Accident Deadbody