Advertisment

ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍‌ ତାର, ଉଠାଇବା ବେଳେ ୨ ଗୁରୁତର

ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍‌ର ଡ୍ରାଇଭର ଓ ହେଲପର ।

author-image
Niharika Rout
spot

spot

ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍‌ର ଡ୍ରାଇଭର ଓ ହେଲପର । ମାତ୍ର ଦୁହେଁ ମିଶି ତାରକୁ ଉପରକୁ ଉଠାଉଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି।

Advertisment

ଏପରି ଏକ ଅଘଟଣ ଆଜି ଭଦ୍ରକ ଜିଲ୍ଲା ବନ୍ତ ବନ୍ତ ଥାନା ନିମପଲ୍ଲୀ ଗାଁରେ ଘଟିଛି। ନିମପଲ୍ଲୀ ଗାଁରେ ଆଜି ମେଶିନ ସାହାଯ୍ୟରେ ଧାନ କଟା ଚାଲିଛି। ଏହି ସମୟରେ ତଳକୁ ଝୁଲି ରହିଥିବା ଓଳମ ଫିଡର୍ ୧୧କେ.ଭି ବିଦ୍ୟୁତ୍ ତାର ଟିକୁ ମେସିନର ଡ୍ରାଇଭର ଏବଂ ହେଲ୍ପର ଉପରକୁ ଦୁହେଁ ମିଶି ଉପରକୁ ଟେକୁଥିଲେ।

ଏହି ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଡ୍ରାଇଭରଙ୍କ ଗୋଡ଼ ଏବଂ ହାତ ପୋଡ଼ି ଯାଇଥିଲା । ସେହିପରି ହେଲପର୍ ମଧ୍ୟ ଆଘାତ ପାଇ ମେସିନ୍ ତଳେ ପଡ଼ିଯାଇ ଆହତ ହୋଇଥିଲେ।

Advertisment

ଉଭୟଙ୍କୁ ଉଦ୍ଧାର କରାଯାଇ ବନ୍ତ ମେଡ଼ିକାଲରେ ଭର୍ତ୍ତି କରଯାଇଥିଲା॥ସେଠାରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ଖବର ପାଇ ବନ୍ତ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Electric Shock