/odisha-reporter/media/post_attachments/uploadimage/library/16_9/16_9_0/IMAGE_1698757397.jpg)
Fire Crackers Explosion
ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଜଇନାବାଦରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି।
Advertisment
ଭାର୍ଗବୀ ନଦୀ ପଠାରେ ଥିବା ଏକ ଘରେ ବେଆଇନ ଭାବେ ବାଣ ତିଆରି ହେଉଥିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ଲକ୍ଷାଧିକ ଟଙ୍କାର ବାଣ ପାଉଁଶ ହୋଇଯାଇଥିବା କୁହାଯାଉଛି।
ଖବର ଲେଖାଯିବା ବେଳକୁ ବାଲିପାଟଣା ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା।
Advertisment
ଚାରି ଦିନ ତଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଜଗତିସାହିରେ ଏକ ଘରେ ବାଣ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ।
ସେହିପରି ବିନା ଲାଇସେନ୍ସରେ ଘରେ ବାଣ ଗଚ୍ଛିତ ରଖି ବେପାର କରୁଥିବା ଅଭିଯୋଗରେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ପୁଲିସ୍ କୁସୁମାଟିର ମାଝି ସାହିର ୨ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
