ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ରୋଶନୀ ଓ ସନ୍ଧ୍ୟା କୀର୍ତ୍ତିପୁରରେ ତାଙ୍କ ଅଜା ନରସୁ ପଲାଇଙ୍କ ଘରେ ରହି ପାଠ ପଢୁଥିଲେ।

Pond PhotoOR

ଏହି ପୋଖରୀରେ ବୁଡ଼ି ଯାଇଥିଲେ ଦୁଇ ଭଉଣୀ

Jitendra Garnayak
  • Published: Sunday, 19 November 2023
  • Updated: 19 November 2023, 02:21 PM IST

Sports

Latest News

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ହିଂଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତର କୀର୍ତ୍ତିପୁର ଗାଁରେ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଗାଁର ନରସୁ ପଲାଇଙ୍କ ଦୁଇ ନାତୁଣୀ ରୋଶନୀ ରାଉତ (୭) ଓ ସନ୍ଧ୍ୟା ରାଉତ (୧୦)। 

Also Read

ରୋଶନୀ ଓ ସନ୍ଧ୍ୟା କୀର୍ତ୍ତିପୁରରେ ତାଙ୍କ ଅଜା ନରସୁ ପଲାଇଙ୍କ ଘରେ ରହି ପାଠ ପଢୁଥିଲେ। ଆଜି ସେମାନେ ଟିଉସନରୁ ଫେରି ଗାଁ ମୁଣ୍ଡରେ ଥିବା ପାତ୍ର ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣ ବଶତଃ ଉଭୟେ ବୁଡି ଯାଇଥିଲେ। ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା।

ହିଞ୍ଜିଳି ପୁଲିସ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ ସହିତ ଘଟଣାର ଅଧିକ ତଦନ୍ତ କରୁଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos