Advertisment

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଗଧୋଇଲା ବେଳେ ପାଣିରେ ବୁଡ଼ି ଯାଇଥିଲେ

Deadbody

Deadbody

Advertisment

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ। ମୃତକଙ୍କ ନାଁ ହେଉଛି ସ୍ମୃତି ରେଖା ବରାଳ ଓ ଶୁଭଶ୍ରୀ ବରାଳ। ତାଙ୍କ ଘର ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଡଭାର ଗାଁରେ ବୋଲି ଜଣାପଡ଼ିଛି।

Advertisment

ଡଭାର ଗାଁରେ ଥିବା ବଡ଼ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭଉଣି। ସେଠାରେ ଗଧୋଇଲା ବେଳେ ପାଣିରେ ବୁଡ଼ି ଯାଇଥିଲେ। ବିଳମ୍ବିତ ସମୟ ଯାଏଁ ଉଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ଓ ଗାଁ ଲୋକେ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଅଚେତ ଅବସ୍ତାରେ ଗାଁ ଲୋକେ ପୋଖରୀରୁ ଉଦ୍ଧାର କରିଥିଲେ।

ଏହା ପରେ ଦୁଇ ଭଉଣୀଙ୍କୁ ସଙ୍ଗେସଙ୍ଗେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାରୁ ଲୋକ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଗୋପ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe