Advertisment

ନରାଜରେ ମହାନଦୀରେ ବୁଡ଼ିଗଲେ ୨ ଛାତ୍ର

୮ ଜଣ ଛାତ୍ର ସାଙ୍ଗ ହୋଇ ନଦୀକୁ ଗାଧୋଇବାକୁ ଯାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Accident Side

Accident Side

କଟକ ନରାଜ ନିକଟରେ ମହାନଦୀରେ ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଗାଧୋଇବାକୁ ଯାଇ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

Advertisment
Shoesବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କ ଜୋତା ଓ ବ୍ୟାଗ୍।

ବୁଡ଼ି ଯାଇଥିବା ଛାତ୍ର ଦ୍ୱୟ କଟକର ଏକ ଘରୋଇ ସ୍କୁଲର ଯୁକ୍ତ ଦୁଇରେ ପ୍ରଥମ ବର୍ଷରେ ପଢ଼ନ୍ତି। ଆଜି ମଧ୍ୟାହ୍ନରେ ସମାନେ ମୋଟ ୮ ଜଣ ଛାତ୍ର ନରାଜ ନିକଟସ୍ଥ ସିଦ୍ଧେଶ୍ୱର ପାହାଡ଼ ନିକଟକୁ ଗାଧୋଇବାକୁ ଯାଇଥିଲେ। ଏବେ ମହାନଦୀରେ ବହୁତ ପାଣିଥିବା ଯୋଗୁ ଗାଧୋଉ ଥିବା ବେଳେ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି।

ନଦୀକୂଳରେ ଉକ୍ତ ଦୁଇ ଛାତ୍ରଙ୍କ ବ୍ୟାଗ, ଜୋତା ସହିତ ସ୍କୁଟି ରହିଛି।

Drowning Drown Case