ଅଦ୍ୟତନ ହୋଇଛି
Accident Side
Advertisment
କଟକ ନରାଜ ନିକଟରେ ମହାନଦୀରେ ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଗାଧୋଇବାକୁ ଯାଇ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
Advertisment
ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କ ଜୋତା ଓ ବ୍ୟାଗ୍। ବୁଡ଼ି ଯାଇଥିବା ଛାତ୍ର ଦ୍ୱୟ କଟକର ଏକ ଘରୋଇ ସ୍କୁଲର ଯୁକ୍ତ ଦୁଇରେ ପ୍ରଥମ ବର୍ଷରେ ପଢ଼ନ୍ତି। ଆଜି ମଧ୍ୟାହ୍ନରେ ସମାନେ ମୋଟ ୮ ଜଣ ଛାତ୍ର ନରାଜ ନିକଟସ୍ଥ ସିଦ୍ଧେଶ୍ୱର ପାହାଡ଼ ନିକଟକୁ ଗାଧୋଇବାକୁ ଯାଇଥିଲେ। ଏବେ ମହାନଦୀରେ ବହୁତ ପାଣିଥିବା ଯୋଗୁ ଗାଧୋଉ ଥିବା ବେଳେ ସେମାନେ ବୁଡ଼ି ଯାଇଥିବା ଜଣାପଡ଼ିଛି।
ନଦୀକୂଳରେ ଉକ୍ତ ଦୁଇ ଛାତ୍ରଙ୍କ ବ୍ୟାଗ, ଜୋତା ସହିତ ସ୍କୁଟି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1691500642.jpg)