Advertisment

ପରୀକ୍ଷା ଦେଇ ଗାଧୋଇବାକୁ ଯାଇଥିଲେ ୧୧ ଛାତ୍ର, ୨ ନଦୀରେ ବୁଡ଼ିଗଲେ

ଆର୍ଯ୍ୟନ ଓ ମନୋରଞ୍ଜନଙ୍କ ସମେତ ତାଙ୍କ ଶ୍ରେଣୀର ୧୧ ଜଣ ଛାତ୍ର ପରୀକ୍ଷା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ।

author-image
Jitendra Garnayak
Aryan Nayak and Manoranjan Behera

Aryan Nayak and Manoranjan Behera

କଟକର ଜଗତପୁର ବାଲିସାହି ନିକଟରେ ମହାନଦୀରେ ଆଜି ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି। 

Advertisment

ମୃତ ଛାତ୍ରଙ୍କ ନାଁ ଆର୍ଯ୍ୟନ ନାୟକ। ସେ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ। ସେହିପରି ନିଖୋଜ ଛାତ୍ରଙ୍କ ନାଁ ମନୋରଞ୍ଜନ ବେହେରା। ସେ ମଧ୍ୟ ରାଜକିଶୋର ବିଦ୍ୟାପୀଠର ଅଷ୍ଟମ ଶ୍ରେଣୀର ଛାତ୍ର।

ଆର୍ଯ୍ୟନ ନାୟକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମନୋରଞ୍ଜନ ବେହେରାଙ୍କର ପତ୍ତା ମିଳି ନାହିଁ। ଅଗ୍ନିଶମ ବାହିନୀ ତାଙ୍କୁ ଖୋଜାଖୋଜି କରୁଛି।

Advertisment

ଆଜି ପରୀକ୍ଷା ଥିଲା। ଆର୍ଯ୍ୟନ ଓ ମନୋରଞ୍ଜନଙ୍କ ସମେତ ତାଙ୍କ ଶ୍ରେଣୀର ୧୧ ଜଣ ଛାତ୍ର ପରୀକ୍ଷା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ଆର୍ଯ୍ୟନ ଓ ମନୋରଞ୍ଜନ ବୁଡ଼ି ଯାଇଥିଲେ। ଅନ୍ୟ ଛାତ୍ରମାନେ ଏ ସଂପର୍କରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷକ ଘଟଣା ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ସହିତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। 

Drowning Death Drowning Case