Advertisment

ବ୍ରାହ୍ମଣୀରେ ବୁଡ଼ି ୨ ଛାତ୍ର ମୃତ, ଜଣେ ଛାତ୍ରୀ ଗୁରୁତର

ମୋଟ ୬ ଜଣ ଛାତ୍ରଛାତ୍ରୀ ଆଜି ବେଦବ୍ୟାସ ବୁଲିବାକୁ ଯାଇଥିଲେ। ସେମାନେ ସେଠାରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ।

Girl Student

Girl Student

Advertisment

ରାଉରକେଲାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ମୃତାହତଙ୍କ ପରିଚୟ ଜଣାପଡ଼ିନି। ସେମାନେ ରାଉରକେଲା ସ୍ଥିତି NITକୁ ଇଣ୍ଟର୍ଣ୍ଣଶିପ୍ କରିବା ପାଇଁ ଆସିଥିଲେ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ମୋଟ ୬ ଜଣ ଛାତ୍ରଛାତ୍ରୀ ଆଜି ବେଦବ୍ୟାସ ବୁଲିବାକୁ ଯାଇଥିଲେ। ସେମାନେ ସେଠାରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିଲେ। ଗାଧୋଇଲା ବେଳେ ୬ ଜଣଙ୍କ ଯାକ ବୁଡ଼ି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। କିନ୍ତୁ ଆଉ ୨ ଜଣ ବୁଡ଼ି ଯାଇଥିଲେ ଓ ସେମାନଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। 

ଉଦ୍ଧାର କରାଯାଇଥିବା ୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଜଣ ସୁରକ୍ଷିତ ଅଛନ୍ତି। କିନ୍ତୁ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment
Drowning Death Drowning Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe