Advertisment

ନଦୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ଚାରି ସାଙ୍ଗ ନଦୀ କୂଳକୁ ଖେଳିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ।

Dead

Dead

Advertisment

ଚାରି ସାଙ୍ଗ ମିଶି ଖେଳିବାକୁ ଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ନଦୀରେ ବୁଡ଼ି ଗଲେ। ଖୋଜାଖୋଜି ପରେ ସେମାନଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଘଟଣାଟି ଘଟିଛି ରାୟଗଡ଼ା ସହରରେ। ମୃତ ଛାତ୍ର ଦ୍ୱୟ ହେଉଛନ୍ତି- ସି.ଏଚ୍‌ ଭାର୍ଗବ ଓ ଶ୍ରୀଦୁ କୁମାର ଯାଦବ। ସେମାନେ ଏକ ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ।  

Advertisment

ସି.ଏଚ୍‌ ଭାର୍ଗବ ଓ ଶ୍ରୀଦୁ କୁମାର ଯାଦବ ସେମାନଙ୍କର ଆଉ ଦୁଇ ସାଙ୍ଗ ଜନ୍ମେଜୟ ସାଉଁନ୍ତ ଓ ଏ.ଏନ୍ ଭବେଶଙ୍କ ସହିତ ରାୟଗଡ଼ ସହରର ଝୁଲା ବ୍ରିଜ୍ ନିକଟକୁ ଖେଳିବାକୁ ଯାଇଥିଲେ। ସେଠାରେ ସେମାନେ ନାଗାବଳୀ ନଦୀ ପଠାରେ ଖେଳୁଥିବା ବେଳେ ପ୍ରଥମେ ସି.ଏଚ୍ ଭାର୍ଗବଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ନଦୀରେ ପଡ଼ି ଯାଇଥିଲେ। ସେ ବୁଡ଼ି ଯାଉଥିବା ଦେଖି ତାଙ୍କୁ ରକ୍ଷା କରିବାକୁ ପ୍ରୟାସ କରିଥିବା ଶ୍ରୀନୁ କୁମାର ଯାଦବ ମଧ୍ୟ ବୁଡ଼ି ଯାଇଥିଲେ। 

ଦୁଇ ସାଙ୍ଗ ବୁଡ଼ି ଯାଉଥିବା ଦେଖି ଜନ୍ମେଜୟ ସାଉଁନ୍ତ ଓ ଏ.ଏନ୍ ଭବେଶ ନିକଟସ୍ଥ ମାରିଗୁଡ଼ା ଲୋକଙ୍କୁ ଡାକିଥିଲେ। ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ ଏବଂ ସେମାନଙ୍କ ମୃତଦେହ ପାଇଥିଲେ। 

Advertisment

ମୃତ ସି. ଏଚ୍‌ ଭାର୍ଗବଙ୍କ ଘର ରାଣୀଗୁଡ଼ା ଫାର୍ମ ନିକଟରେ ହୋଇଥିବା ବେଳେ ଶ୍ରୀନୁ କୁମାର ଯାଦବଙ୍କ ଘର ସାଇପ୍ରିୟ ନଗରରେ। ସେମାନଙ୍କ ମୃତ୍ୟୁରେ ଏହି ଦୁଇ ସ୍ଥାନରେ ବସବାସ କରୁଥିବା ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ରାୟଗଡ଼ା ଟାଉନ ଥାନା ପୁ଼ଲିସ ଘଟଣାର ତଦନ୍ତ କରୁଛି। 

ରିପୋର୍ଟ- ରାୟଗଡ଼ାରୁ ମାଉଡ଼ି ବାରିକ

Drown Case Drowning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe