Advertisment

ପୋଖରୀରେ ବୁଡ଼ି ଗଲେ ଦୁଇ ଛାତ୍ର

ଉଭୟଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା।

Drown

Drown

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବାଖରପୁରରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୄତକ ଦ୍ୱୟ ହେଉଛନ୍ତି ବାସୁଦେବପୁର ପୌରପାଳିକା ରାଧାବଲଭପୁର ଗ୍ରାମର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର ବେହେରା (୧୭) ଓ ଗୁଆଗାଁ ଗ୍ରାମର ସତ୍ୟବାନ ବେହେରାଙ୍କ ପୁଅ ଜ୍ୟୋର୍ତିମୟ ବେହେରା (୧୩)। ରାଜେନ୍ଦ୍ର ମନ୍ଦାରୀ କଲେଜରେ ଯୁକ୍ତ ଦୁଇରେ ପଢୁଥିଲେ। ସେହିପରି ଜ୍ୟୋର୍ତିମୟ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ।

Advertisment

ଏହି ଦୁଇ ଜଣ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ବୁଡ଼ି ଯାଇଥିଲେ ବୋଲି ଜଣାପଡ଼ିଛି। ସେମାନେ ପୋଖରୀରେ ବୁଡ଼ି ଯାଉଥିବା ବେଳେ ଗାଁର କିଛି ଛୋଟ ପିଲା ଏହା ଦେଖିଥିଲେ ଓ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ଗ୍ରାମବାସୀ ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ବାସୁଦେବପୁର ଦମକଳ ବାହିନୀ ଆସି ଜ୍ୟୋର୍ତିମୟଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ତାଙ୍କୁ ମଧ୍ୟ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe