ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ମୃତକ ଦ୍ୱୟ ତେଲାଙ୍ଗାନାର ହୋଇଥିବା କୁହାଯାଉଛି। ସାଙ୍ଗମାନଙ୍କ ସହ କାରରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ମୃତକ ଦ୍ୱୟ ନିଭେଶ ମୁକ୍କା ଏବଂ ଗୌତମ କୁମାର ପାର୍ଶି। ଉଭୟଙ୍କ ବୟସ ୧୯ ବର୍ଷ ହେବ। ନିଭେଶଙ୍କ ଘର ତେଲାଙ୍ଗାନା କରିମନଗର ଜିଲ୍ଲା ହଜୁରାବାଦ ଅଞ୍ଚଳରେ ହୋଇଥିବା ବେଳେ ଗୌତମଙ୍କ ଘର ଜନଗାଁ ଜିଲ୍ଲାରେ। ଉଭୟ ଆରିଜୋନା ଷ୍ଟେଟ ଅଫ୍ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଛାତ୍ର ଥିଲେ।
ଦୁହେଁ ବିଶ୍ୱବିଦ୍ୟାଳୟର ସାଙ୍ଗମାନଙ୍କ ସହିତ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା। ଉଭୟ କାରର ଡ୍ରାଇଭର ଆହତ ହୋଇଥିବା ବେଳେ ନିଭେଶ ଏବଂ ଗୌତମଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ନିଭେଶ ଡାକ୍ତର ଦମ୍ପତି ନବୀନ ଏବଂ ସ୍ୱାତୀଙ୍କ ପୁଅ। ମୃତଦେହ ଘରକୁ ଆଣିବାରେ ସାହାଯ୍ୟ କରିବା ପାଇଁ ପରିବାର ଲୋକେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।