Advertisment

ଦୁର୍ଘଟଣାରେ ଦୁଇ ଭାରତୀୟ ଛାତ୍ର ଆମେରିକାରେ ମୃତ

ଉଭୟଙ୍କ ବୟସ ୧୯ ବର୍ଷ ହେବ, ସେମାନଙ୍କ ଘର ତେଲାଙ୍ଗାନାରେ।

US police van

US police van

Advertisment

ଆମେରିକାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ମୃତକ ଦ୍ୱୟ ତେଲାଙ୍ଗାନାର ହୋଇଥିବା କୁହାଯାଉଛି। ସାଙ୍ଗମାନଙ୍କ ସହ କାରରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

Advertisment

ମୃତକ ଦ୍ୱୟ ନିଭେଶ ମୁକ୍କା ଏବଂ ଗୌତମ କୁମାର ପାର୍ଶି। ଉଭୟଙ୍କ ବୟସ ୧୯ ବର୍ଷ ହେବ। ନିଭେଶଙ୍କ ଘର ତେଲାଙ୍ଗାନା କରିମନଗର ଜିଲ୍ଲା ହଜୁରାବାଦ ଅଞ୍ଚଳରେ ହୋଇଥିବା ବେଳେ ଗୌତମଙ୍କ ଘର ଜନଗାଁ ଜିଲ୍ଲାରେ। ଉଭୟ ଆରିଜୋନା ଷ୍ଟେଟ ଅଫ୍ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଛାତ୍ର ଥିଲେ। 

ଦୁହେଁ ବିଶ୍ୱବିଦ୍ୟାଳୟର ସାଙ୍ଗମାନଙ୍କ ସହିତ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା। ଉଭୟ କାରର ଡ୍ରାଇଭର ଆହତ ହୋଇଥିବା ବେଳେ ନିଭେଶ ଏବଂ ଗୌତମଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

Advertisment

ନିଭେଶ ଡାକ୍ତର ଦମ୍ପତି ନବୀନ ଏବଂ ସ୍ୱାତୀଙ୍କ ପୁଅ। ମୃତଦେହ ଘରକୁ ଆଣିବାରେ ସାହାଯ୍ୟ କରିବା ପାଇଁ ପରିବାର ଲୋକେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।

Accident Road Accident Death US Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe