Advertisment

ସ୍କୁଲ୍ ଫାଟକ ନିକଟରେ ପଡ଼ିଗଲା ୨ଟି ବଡ଼ ଶାଗୁଆନ ଗଛ, କ୍ଲାସ ଚାଲିଥିବାରୁ ବର୍ତ୍ତିଗଲେ ପିଲା

ଆଜି ସ୍କୁଲରେ ୧୬୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

author-image
Jitendra Garnayak
Timber Tree

Timber Tree

ନୂଆପଡ଼ା ଜିଲ୍ଲା କୋମନା ସ୍ଥିତ ଜିତାମିତ୍ର ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଆଜି ଅପରାହ୍ନରେ ହଠାତ ୨ଟି ବଡ଼ ବଡ଼ ଶାଗୁଆନ ଗଛ ପଡ଼ି ଯାଇଥିଲା। ତେବେ ସେହି ସମୟରେ କ୍ଲାସ ଚାଲିଥିବା ଯୋଗୁ କୌଣସି ଛାତ୍ରଛାତ୍ରୀ ଓ ଶିକ୍ଷକ ଏଥିରେ ଆହତ ହୋଇନାହାନ୍ତି।

Advertisment

ଖାଇବା ଛୁଟି ପରେ ଦିନ ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ଜୋରରେ ପବନ ହେଉଥିଲା। ଆଉ ପବନରେ ସ୍କୁଲ ଫାଟକ ନିକଟରେ ଥିବା ୨ଟି ଶାଗୁଆନ ଗଛ ଚେର ସହିତ ଉପୁଡ଼ି ଯାଇଥିଲା। ରାସ୍ତା ପୂରା ବନ୍ଦ ହୋଇଯାଇଥିଲା। ଖଡ଼ିଆଳରୁ ଦମକଳ ବାହୀନି ଆସି ଗଛ କାଟିବା ପରେ ଅପରାହ୍ନ ସାଢ଼େ ୪ଟାରେ ପିଲାମାନେ ଘରକୁ ଫେରିଥିଲେ। ଆଜି ସ୍କୁଲରେ ୧୬୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

School Timber Tree