Advertisment

ହାଇୱା ଧକ୍କାରେ ୨ କିନ୍ନର ମୃତ, ହତ୍ୟା ଅଭିଯୋଗ

ଆଉ ଜଣେ କିନ୍ନର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅଦ୍ୟତନ ହୋଇଛି
Accident

Accident

Advertisment

ହାଇୱା ଧକ୍କାରେ ଦୁଇ ଜଣ କିନ୍ନରଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ରଜାମୁଣ୍ଡା ନିକଟରେ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଘଟିଛି ଏହି ଦୁର୍ଘଟଣା।

Advertisment

ଗୋଟିଏ ସ୍କୁଟିରେ ୩ ଜଣ କିନ୍ନର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୨ ଜଣ କିନ୍ନରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ କିନ୍ନର ଦ୍ୱୟ ହେଲେ ରଥ କିଷାନ ଓ ରାଜା ପାତ୍ର।

ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ସେମାନଙ୍କ ସାଥୀ ତଥା ଅନ୍ୟ ଜଣେ କିନ୍ନର ଉମାଶଙ୍କର ନାଏକଙ୍କ କହିବା ଅନୁଯାୟୀ ଏହା ଏକ ହତ୍ୟାକାଣ୍ଡ। ତାଙ୍କ କହିବା ଅନୁସାରେ କିନ୍ନର ରଥ କିଷାନଙ୍କର ହାଇୱା ଡ୍ରାଇଭର ପବନଙ୍କ ସହିତ ବନ୍ଧୁତା ଗଢ଼ି ଉଠିଥିଲା। ଗତକାଲି ରାତି ପ୍ରାୟ ୧୦ ଟା ବେଳେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ସେତେବେଳେ ତାଙ୍କୁ ଗାଡ଼ି ଚପାଇ ମାରିଦେବାକୁ ପବନ ଧମକ ଦେଇଥିଲେ। ରଥ କିଷାନ ସେମାନଙ୍କୁ (ଉମାଶଙ୍କର ଓ ରାଜା ପାତ୍ର) ଏ କଥା କହିଥିଲେ।

Advertisment

ସବୁ ଦିନ ଭଳି ଗତକାଲି ରାତିରେ ବି ଏହି ତିନି ଜଣ ସ୍କୁଟର ଧରି ବାହାରକୁ ବାହାରି ଯାଇଥିଲେ। ତେବେ ରଥ କିଷାନ ଯେଉଁ ଆଡ଼େ ଯାଉଥିଲେ ପବନ ଗାଡ଼ି ନେଇ ସେଠାରେ ପହଞ୍ଚି ଯାଉଥିଲେ। ଆଉ ଭୋରରେ ଯେତେବେଳେ ସେମାନେ ସ୍କୁଟରରେ ଘରକୁ ଫେରୁଥିଲେ ପବନ ତା’ ହାଇୱାରେ ଦ୍ରୁତ ଗତିରେ ଆସି ପଛରୁ ପିଟି ଦେଇଥିଲେ। ସ୍କୁଟି ପଛରେ ବସିଥିବା ଉମାଶଙ୍କର ଛିଟିକି କିଛି ଦୂରରେ ପଡ଼ିଥିଲେ ଓ ବଞ୍ଚି ଯାଇଥିଲେ। କିନ୍ତୁ ରଥ କିଷାନ ଓ ରାଜା ପାତ୍ରଙ୍କ ଉପରେ ହାଇୱା ଚଢ଼ି ଯାଇଥିଲା। ଉମାଶଙ୍କରଙ୍କ କହିବା ଅନୁଯାୟୀ ହାଇୱାଟି ପଛରୁ ଦ୍ରୁତଗତିରେ ଆସୁଥିବା ବେଳେ ରଥ କିଷାନ କହିଥିଲେ ଯେ ପବନ ସେମାନଙ୍କୁ ମାରିବାକୁ ଆସୁଛି।

ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଫେରାର ହୋଇଯାଇଛନ୍ତି। ପୁଲିସ୍ ଉଭୟ ହାଇୱା ଓ ସ୍କୁଟିକୁ ଜବତ କରିଛି। ଦୁଇଟି ଯାକ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ଘଟଣାର ଛାନ୍‌ଭିନ୍ କରୁଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe