/odisha-reporter/media/post_attachments/uploadimage/library/16_9/16_9_0/malkangiri_1707197604.jpg)
malkangiri
ସୋଶାଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ। ଯୁବବର୍ଗ ବି ଦିନରାତି ଏଥିରେ ମାତୁଛନ୍ତି। ଲାଇକ୍, କମେଣ୍ଟ, ଶେଆର ମାୟାରେ ବାୟା ଯୁବପୀଢ଼ି ବହୁ ସମୟରେ ଏଥିପାଇଁ ଅକାଳରେ ଜୀବନ ହାରୁଛନ୍ତି। ଏପରି ସମାନ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।
Advertisment
କୁଡୁମୁଲୁଗୁମ୍ମାର ୨ ଯୁବତୀ ପରିବାର ସହ ଗୋବିନ୍ଦପାଲ୍ଲି ଗୁମ୍ମାଝରଣ ଜଳପ୍ରପାତକୁ ପିକନିକ୍ ପାଇଁ ଆସିଥିଲେ। ବୁଲାବୁଲି ସମୟରେ ଏମାନେ ମୋବାଇଲରେ ରିଲ୍ସ କରୁଥିଲେ। ଜଳପ୍ରପାତରେ ରିଲ୍ସ କରୁ କରୁ ପ୍ରଖର ସୁଅରେ ଭାସି ଯାଇଥିଲେ ୨ ଯୁବତୀ। ପ୍ରଖରସ୍ରୋତ କାରଣରୁ ସେମାନେ ଆଉ ପାଣି ଭିତରୁ ବାହାରି ପାରିନଥିଲେ। ତେବେ ସେମାନଙ୍କ ସହ ଯାଇଥିବା ଦୁଇ ଡ୍ରାଇଭର ପାଣି ଭିତରକୁ ଯାଇ ସେମାନଙ୍କୁ ଉଦ୍ଧାର
କରିଥିଲେ।
ଗୁମ୍ମାଝରଣ ଜଳପ୍ରପାତରେ ବାରମ୍ବାର ଏଭଳି ଅଘଟଣ ଘଟୁଛି। ସୁରକ୍ଷାବାଡ ନଥିବାରୁ ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
